‘ସୁନା’ ଆଣିଲେ ଓଡ଼ିଆ ଝିଅ ଶ୍ରାବଣୀ
ଇଣ୍ଡିଆନ ଗ୍ରାଁ ପି୍ର ଅଲମ୍ପିକ୍ସ ପ୍ରତିଯୋଗିତାରେ ଚମକିଛନ୍ତି ଶ୍ରାବଣୀ ନନ୍ଦ ।
୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।
୨୪.୦୪ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାରା ବାର୍ତାମାନ ଆସୁଛି ।