ସିଜେପି ମୁଖ୍ୟଙ୍କ ଆହ୍ୱାନ
‘ରାଜନୀତି’ ପ୍ରବେଶ ମନା
ଦିଊ୍ଊିୀ ଜନ୍ତରମନ୍ତର ବିକ୍ଷୋଭ ସମାବେଶ କରିବାର ଦିନକ ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ମୁଖ୍ୟ ଅଭିଜିତ ଦୀପକେ ରବିବାର ଏକ ୫ ସୂତ୍ରୀ ଆହ୍ୱାନ ଦେଇଛନ୍ତି ।
ମହାରାଷ୍ଟ୍ରର ଛତ୍ରପତି ଶାମ୍ଭାଜୀ ନଗରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଦୀପକେ କହିଛନ୍ତି ଯେ ନିଟ-ୟୁଜି ପ୍ରଶ୍ନପତ୍ର ଲିକ ଓ ସିବିଏସଇ ଓଏସଏମ ପ୍ରକ୍ରିୟାରେ ହୋଇଥିବା ତ୍ରୁଟି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ସରକାର ।
ଶିକ୍ଷାମନ୍ତ୍ରୀ ଇସ୍ତଫା ନ ଦେଲେ ପୂନର୍ବାର ଦିଲ୍ଲୀରେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଯେପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇ ନାହାଁନ୍ତି, ସେ ପର୍ଯ୍ୟନ୍ତ ଆମ୍ଭେ ବିଶ୍ୱାସ କରିବୁ ନାହିଁ ଯେ ସରକାର ନିଜ ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ସିଜେପି କୌଣସି ରାଜନୈତିକ ଦଳ ସହ ଅନୁବନ୍ଧିତ ନୁହେଁ । ରାଜନୀତିରୁ ଊର୍ଦ୍ଧରେ ରହି ସିଜେପି ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରି ଚାଲିବ ।
ଏହା ସମ୍ପୂର୍ଣ୍ଣ ଭାବେ ‘ଜେନ-ଜି’ ବା ଆଜି ଯୁବପିଢ଼ିଙ୍କ ସଂଗଠନ । ଯଦି କୌଣସି ରାଜନୈତିକ ଦଳ ସମର୍ଥନ କରିବାକୁ ଚାହେଁ, ତେବେ ସେମାନେ ବାହାରୁ ସମର୍ଥନ ଦେଇପାରିବେ । କିନ୍ତୁ ମଂଚ ବା ସଂଗଠନ ଭିତରେ କୌଣସି ରାଜନୀତି ପ୍ରବେଶ କରିବ ନାହିଁ । ଦେଶର ରାଜନୈତିକ ଦଳଗୁଡ଼ିକ ହିନ୍ଦୁ, ମୁସଲମାନଙ୍କୁ ସନ୍ତୁଷ୍ଟ କରିବା ଭଳି ନିଜ ନିଜର ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି । ଏପରି ଏଜେଣ୍ଡା ଯୁବକଙ୍କୁ ନିଯୁକ୍ତି ଓ ଉତମ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେଇପାରିବେ ନାହିଁ । ତେଣୁ ଦେଶର ଏଜେଣ୍ଡା ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି କରାଯିବା ଉଚିତ ।
ଅଭିଜିତ ଅଭିଯୋଗ କରିଛନ୍ତି ଯେ ଗତ ୧୦-୧୨ ବର୍ଷ ହେବ ଦେଶର ରାଜନୀତି କେବଳ ‘ହିନ୍ଦୁ-ମୁସଲିମ’ ଏଜେଣ୍ଡା ଉପରେ ଚାଲିଛି । ଏହି ସାମ୍ପ୍ରଦାୟିକ ପ୍ରସଙ୍ଗ ଯୁବପିଢ଼ିଙ୍କୁ ରୋଜଗାର ଦେଇପାରିବ ନାହିଁ । ବର୍ତମାନ ସରକାରଙ୍କ ପ୍ରାଥମିକତା ବଦଳିବା ସରକାର ଏବଂ ରାଜନୀତିର କେନ୍ଦ୍ରବିନ୍ଦୁ ଶିକ୍ଷା ଓ ନିଯୁକ୍ତି ହେବା ଉଚିତ୍ ।
ସିଜେପି ମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ଏହି ଲଢ଼େଇ କେବଳ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ ସାମିତ ନାହିଁ । ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ତାଙ୍କ ସଂଗଠନ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ସ୍ୱତନ୍ତ୍ର ଏଜେଣ୍ଡା ଏବଂ ନିଯୁକ୍ତି ଭଳି ରୋଡମ୍ୟାପ ପ୍ରସ୍ତୁତ କରିବ । ଯନ୍ତରମନ୍ତର ବିକ୍ଷୋଭକାରୀଙ୍କୁ ‘ପାକିସ୍ତାନୀ’ କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଭିଜିତ କହିଛନ୍ତି ।