ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା
ଆମେରିକାର ଫିଲାଡେଲଫିଆରେ ପିଜା ଡେଲିଭରି କରୁଥିବା ସମୟରେ ହାଇଦରାବାଦର ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି ।
ମୃତ ଯୁବକ ହେଉଛନ୍ତି ଅଂଶୁଲ କୁଂଚା (୨୮) । ତାଙ୍କ ଘର ତେଲେଙ୍ଗାନାର ହାଇଦରାବାଦ । ସେ ଆମେରିକାର ଫିଲାଡେଲଫିଆରେ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଡାଟା ଆନାଲିଷ୍ଟ ଭାବେ କାମ କରୁଥିଲେ ଏବଂ ଅଧିକ ରୋଜଗାର ପାଇଁ ସପ୍ତାହରେ ପାର୍ଟ-ଟାଇମ କାମ ହିସାବରେ ପିଜା ଡେଲିଭରି କରୁଥିଲେ ।
ଶୁକ୍ରବାର (ଜୁନ ୫) ବିଳମ୍ବିତ ରାତ୍ରିରେ ଉତର ଫିଲାଡେଲଫିଆର ଏକ ହାଉସିଂ କମ୍ପ୍ଲେକ୍ସକୁ ସେ ପିଜା ଡେଲିଭରି କରିବାକୁ ଯାଇଥିଲେ । ସେଠାରେ ଏକ ପରିତ୍ୟକ୍ତ ବା ଖାଲି ପଡ଼ିଥିବା ଆପାର୍ଟମେଂଟରେ ସେ ପିଜା ବାକ୍ସ ରଖି ଫେରୁଥିବା ସମୟରେ ତାଙ୍କ ମୁଣ୍ଡକୁ ତିନିଥର ଗୁଳି କରାଯାଇଥିଲା ।
ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅଂଶୁଲଙ୍କ ଭଉଣୀ ତାନଭି କହିଛନ୍ତି ଯେ ସେ ତାଙ୍କ ଭାଈଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।
ଅଂଶୁଙ୍କ ପାଖରୁ କୌଣସି ଜିନିଷ ଚୋରି ହୋଇନାହିଁ । ତାଙ୍କୁ ଗୋଟିଏ ଜନଶୂନ୍ୟ ଓ ଖାଲି ସ୍ଥାନକୁ ପିଜା ଡେଲିଭରି କରିବା ବାହାନାରେ ଡକାଯାଇଥିଲା ।