ବିଜେଡିକୁ ଆସିବେ ସୁଜାତା ପାଣ୍ଡିଆନ!
ସୁଜାତା ଆର ପାଣ୍ଡିଆନ ବିଜୁ ଜନତା ଦଳ (ବିଜେଡି)କୁ ଆସୁଛନ୍ତି । ତେବେ ଏହା ସତ ।
ଆମେ ଚାହୁଁଛୁ ଯେ ସେ ଯେତେ ଜଲଦି ଆସିବେ ସେତେଟା ଭଲ ।
ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ ଏଭଳି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସେ ଆସିଲେ ଆମ୍ଭେ ତାଙ୍କୁ ସ୍ୱାଗତ କରିବୁ । ସେ ପଦବୀ ନେବେ ନାହିଁ କି ଉତରାଧିକାରୀ ହେବେ ନାହିଁ । ସାଧାରଣ କର୍ମୀ ଭାବେ ରାଜ୍ୟର ହିତ ପାଇଁ କାମ କରିବେ । ତାଙ୍କର ବକ୍ତବ୍ୟ ଥିଲା ଯେ ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ ।
ସେ ସରକାରଙ୍କୁ ଦୋହଲାଇ ଦେବେ । ବିଜେଡିରେ ତାଙ୍କ ଏଂଟ୍ରି ପାଇଁ ନବୀନ ରାଜି ଥିଲେ । ମାତ୍ର ସୁଜାତା ଅରାଜି ଥିଲେ ।
ତେବେ ବର୍ତମାନ ସୁଜାତା ରାଜି ହୋଇଛନ୍ତି ବୋଲି ମନ୍ମଥ ରାଉତରାୟ ସୂଚାଇଛନ୍ତି । ଅନ୍ୟପଟେ ସୁଜାତାଙ୍କ ଏଂଟ୍ରି ନେଇ ନବୀନ ପଟ୍ଟନାୟକ କିଛି କହି ନାହାଁନ୍ତି, ମାତ୍ର ତାଙ୍କ ନିଷ୍ପତି ଆମ ପାଇଁ ବେଦ ବାକ୍ୟ ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳକୁ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ସମସ୍ୟା ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯାହା ନିଷ୍ପତି ନେବେ ଏବଂ ପରାମର୍ଶ ଦେବେ ତାହା ଆମ୍ଭେ ମାନିବୁ ।