ମମତାଙ୍କୁ ଝଟକା ପରେ ଝଟକା
ଟିଏମସି ସାଂସଦ ସୁସ୍ମିତା ଦେଲେ ଇସ୍ତଫା
ନିର୍ବାଚନ ହାରିବା ପରେ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ଦଳକୁ ଯେଭଳି ଶନି ଦଶା ପଡ଼ିଛି ।
ଟିଏମସିରେ ଅନ୍ତଃକନ୍ଦଳ ଓ ମମତାଙ୍କ ବିରୋଧରେ ବିଦ୍ରୋହ ସାମ୍ନାକୁ ଆସିଛି ।
ଜଣକ ପରେ ଜଣେ ବିଧାୟକ ଦଳ ଛାଡ଼ି ପଦ୍ମ ଧରୁଛନ୍ତି । ଏହି କ୍ରମରେ ଆଜି ମମତାଙ୍କୁ ଆଉ ଏକ ଝଟକା ଲାଗିଛି ।
ରାଜ୍ୟସଭା ସଦସ୍ୟତା ପଦରୁ ଟିଏମସି ସାଂସଦ ସୁସ୍ମିତା ଦେବ ଇସ୍ତଫା ଦେଇଛନ୍ତି ।
ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପଦ୍ର ପଠାଇ ଦେଇଛନ୍ତି ।
ସେ ସାଂସଦ ପଦ ସହ ଦଳର ସମସ୍ତ ପଦ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।
ଫଳରେ ସପ୍ତାହକ ମଧ୍ୟରେ ଦୁଇ ଜଣ ରାଜ୍ୟସଭା ସାଂସଦ ଟିଏମସିକୁ ବାଏ ବାଏ କରିସାରିଥିବା ଜଣାପଡ଼ିଛି ।
ପୂର୍ବରୁ ସାଂସଦ ସୁଖେନ୍ଦୁ ଶେଖର ରାୟ ଇସ୍ତଫା ଦେଇଥିଲେ ।
ନିର୍ବାଚନରେ ପରାସ୍ତା ପରେ ଏବେ ଟିଏମସିରେ ଭୟଙ୍କର ବିଦ୍ରୋହ ଦେଖାଯାଇଛି ।
ଦଳରୁ କ୍ରମାଗତ ଭାବେ ବିଧାୟକ ଓ ସାଂସଦ ଦଳ ତ୍ୟାଗ କରି ବିଜେପି ମୁହାଁ ହେଉଥିବା ଦେଖାଯାଉଛି ।