୯ଟି ବାଲି ବୋଝେଇ ହାଇୱା ଜବତ
ଜଳେଶ୍ୱରରେ ମାତିଛନ୍ତି ଚୋରା ବାଲି ମାଫିଆ ।
ବାଲେଶ୍ୱରରୁ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲିଛି ବେଧଡ଼କ ଚୋରା ବାଲି ଚାଲାଣ ।
ସୁବର୍ଣ୍ଣରେଖା ନଦୀରୁ ବାଲି ତାଡ଼ି ନେଉଛନ୍ତି ମାଫିଆ ।
ସୂଚନାପାଇ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିଲା ।
ହେଲେ ଏହି ଚଢ଼ଉ ସମୟରେ ରକ୍ତମୁଖା ହୋଇ ଉଠିଥିଲେ ବାଲି ମାଫିଆ ।
ସେମାନଙ୍କୁ ଅଟକାଉଥିବା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇବାକୁ ଗୋଟିଏ ହାଇୱା ଡ୍ରାଇଭରି କରିଥିଲା ଉଦ୍ୟମ ।
ତେବେ ଉପସ୍ଥିତ ବୁଦ୍ଧି ଖଟାଇ ଅଧିକାରୀ ଜଣକ ଏଥିରୁ ବର୍ତି ଯାଇଥିଲେ ।
ପରେ ପୁଲିସ ପଶ୍ଚିମବଂଗକୁ ଏଭଳି ଚୋରା ବାଲିଚାଲାଣ କରୁଥିବା ୯ଟି ବାଲି ଭର୍ତି ହାଇୱାକୁ ଜବତ କରି ଡ୍ରାଇଭରମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।