ନେହେରୁଙ୍କୁ ଟପିଲେ ମୋଦି
ପ୍ରଧାନମନ୍ତ୍ରୀ ହେବାରେ ରଚିଲେ ହାଟ୍ରିକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ କୀର୍ତିମାନ ସ୍ଥାପନ କରିଛନ୍ତି ।
ସେ ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ହୋଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଟପିଯାଇଛନ୍ତି ।
ଇତିମଧ୍ୟରେ କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତି ହୋଇଛି ।
ନେହେରୁଙ୍କ କାର୍ଯ୍ୟକାଳ ଠାରୁ ମୋଦିଙ୍କ କାର୍ଯ୍ୟକାଳ ସମୟ ଅଧିକ ହୋଇଛି ।
ଲଗାତାର ପିଏମ ହେବାୋର ଆଜି ମୋଦିଙ୍କ ୪,୩୯୯ ଦିନ ହୋଇଛି ।
ଏଥିପୂର୍ବରୁ ଲଗାତାର ୪୩୯୮ ଦିନ କ୍ଷମତାରେ ରହିଥିଲେ ସ୍ୱର୍ଗତ ଜବାହରଲାଲ ନେହେରୁ ।
ମୋଦିଙ୍କ କାର୍ଯ୍ୟକାଳ ୨୦୧୪ ମଇ ୨୬ ତାରିଖରେ ଆରମ୍ଭ ହୋଇଥିଲା ।
ଲଗାତାର ୩ ଥର ପ୍ରଧାନମନ୍ତ୍ରୀ ହୋଇ ସେ ହାଟ୍ରିକ ମାରିଛନ୍ତି ।
ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଲଗାତାର ସର୍ବାଧିକ ସମୟର ରେକର୍ଡ ସ୍ଥାପନ କରିପାରିଛନ୍ତି ମୋଦି ।
ଏଥିପାଇଁ ତାଙ୍କୁ ବିଶ୍ୱର ପ୍ରମୁଖ ନେତାମାନେ ଅଭିନନ୍ଦନ ଜଣାଇଛନ୍ତି ।