ଗିରଫ ହେଲେ ଚନ୍ଦ୍ରିକାଙ୍କ ପୁରୁଷବନ୍ଧୁ ଭୀମସେନ
ବହୁ ଚର୍ଚ୍ଚିତ ଚନ୍ଦି୍ରକା ହେମ୍ବ୍ରମ ହତ୍ୟାଘଟଣା ଉପରୁ ରହସ୍ୟର ପର୍ଦ୍ଦା ଉଠିବାରେ ଲାଗିଛି ।
ତାଙ୍କ ଓଏଏସ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ କମିଶନରେଟ ପୁଲିସ ମୟୁରଭଞ୍ଜରୁ ଗିରଫ କରି ବାରଙ୍ଗ ଥାନାକୁ ଆଣିଛି ।
ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ପର ଠାରୁ ଭୀମସେନ ଫେରାର ଥିଲେ ।
ତେଣେ ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଭୀମସେନଙ୍କୁ ଦାୟୀ କରିଥିଲେ ।
ତେବେ ଗିରଫଦାରୀ ଭୟରେ ଭୀମସେନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।
ତେବେ ହାଇକୋର୍ଟ ଜାମିନ ଦେବାକୁ ମନା କରିଦେବାରୁ ଭୀମସେନ ମୟୁରଭଞ୍ଜରେ ଆତ୍ମଗୋପନ କରିଥିଲେ ।
ଭୀମସେନଙ୍କୁ ଧରିବା ପାଇଁ ପୁଲିସର ଏକାଧିକ ଟିମ ଗଠନ କରାଯାଇଥିଲା ।
ସେହି ପୁଲିସ ଟିମ ରାଜ୍ୟବ୍ୟାପୀ ଖାନତଲାସୀ ଜାରି ରଖିଥିଲେ ।
ସୂଚନାଥାଉ କି, କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା ।
ମୃତ ଚନ୍ଦ୍ରିକାଙ୍କ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଥାନାରେ ଲିଖିତ ଅଭିଯୋଗ କରିବା ସହ ଏଥିପାଇଁ ତାଙ୍କ ଓଏସ ପୁରୁଷବନ୍ଧୁ ଭୀମସେନଙ୍କୁ ଦାୟୀ କରି ତାଙ୍କ ଗିରଫଦାରୀ ଦାବି କରିଥିଲେ ।