ପୁଣି ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ
ହର୍ମୁଜ ପ୍ରଣାଳୀରେ ପୁଣି ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ହୋଇଛି । ୨୧ ଜଣ ଭାରତୀୟ ଥିବା ଜାହାଜ ଉପରେକୁ ଆଜି ଡ୍ରୋନ ମାଡ଼ ହୋଇଛି ।
ତେବେ ଏହି ଆକ୍ରମଣରେ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ସମସ୍ତ କି୍ରଉ ସଦସ୍ୟ ସୁରକ୍ଷିତ ଅଛନ୍ତି ।
ତେବେ ଏହି ଆକ୍ରମଣ ଜାଣିଶୁଣି ଉଦେ୍ଦଶ୍ୟମୂଳକ ଭାବେ କରାଯାଇଛି ବୋଲି ଭାରତୀୟ୍ର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ।
ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଏକ ଭାରତୀୟ ପଣ୍ୟବାହୀ ଜାହାଜ ଉପରେ ଡ୍ରୋନ ମାଡ଼ କରାଯାଇଛି ।
ଇତିମଧ୍ୟରେ ହର୍ମୁଜ ପ୍ରଣାଳୀରେ ଏହା ହେଉଛି ଭାରତୀୟ ପଣ୍ୟବାହୀ ଜାହାଜ ଉପରେ ୩ୟ ଆକ୍ରମଣ ।
ଜୁନ ୮ ତାରିଖରେ ପ୍ରଥମ ଆକ୍ରମଣ ହୋଇଥିବାବେଳେ ଗତ ୧୪ ତାରିଖରେ ଦ୍ୱିତୀୟ ଏବଂ ଆଜି ୧୫ ତାରିଖରେ ତୃତୀୟ ଆକ୍ରମଣ କରାଯାଇଛି ।
ସେଟେବେଲୋ ନାମକ ଭାରତୀୟ ଟ୍ୟାଙ୍କର ଉପରେ ଶକ୍ତିଶାଳୀ ମିସାଇଲ ମାଡ଼ ହୋଇଛି ।
ଏହି ଘଟଣାକୁ ଭାରତ ତୀବ୍ର ନିନ୍ଦା କରିବା ସହ ଦୃଢ଼ ବିରୋଧ କରିଛି ।