କମିବ କି ତେଲ ଦର !
ଇତିମଧ୍ୟରେ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ପ୍ରାୟ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ବିରାମ ଘଟିଛି ।
ଉଭୟ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ରକ୍ତାକ୍ତ ଓ ଭୟଙ୍କର ଯୁଦ୍ଧର ବିରାମ ଘଟିଛି ।
ଆସନ୍ତା ଶୁକ୍ରବାର ଜେନେଭା ଠାରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ଯାଉଛି ।
ଫଳରେ ଦୀର୍ଘ ୩ ମାସ ଧରି ସାରା ବିଶ୍ୱରେ ତୈଳ ଓ ରନ୍ଧନ ଗ୍ୟାସକୁ ନେଇ ଚାଲିଥିବା ସଙ୍କଟର ଅନ୍ତ ଘଟିବା ସହ ଅଶୋଧିତ ତୈଳର ଦର ମଧ୍ୟ ଖସିବା ଆରମ୍ଭ କରିସାରିଛି ।
ପ୍ରାପ୍ତ ସୂଚନାନୁଯାୟୀ, ଆଗକୁ ହର୍ମୁଜ ପ୍ରଣାଳୀ ଖୋଲିବା ପରେ ଇରାନ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ପୂର୍ବବତ ଅଶୋଧିତ ତୈଳ ରପ୍ତାନୀ ସହଜ ଓ ସୁବିଧାରେ ହୋଇପାରିବ ।
ଏଣୁ ଗତ ୧୫ ତାରିଖ ପର ଠାରୁ ଅଶୋଧିତ ତୈଳର ମୂଲ୍ୟ କମିବାରେ ଲାଗିଛି ।
ଗତ ୧୦ ତାରିଖରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୧.୮୭ ଡଲାର ଥିଲା । ସେହିପରି ୧୧ ଜୁନରେ ୯୦.୪୦ ଡଲାର, ୧୨ ଜୁନରେ ୮୯.୨୦ ଡଲାର ଏବଂ ଗତ ୧୫ ଜୁନରେ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା୮୪.୧୦ ଡଲାର ରହିଛି ।
ସେହିଭଳି ୧୬ ଜୁନରେ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୮୧.୨୦ ଡଲାର , ୧୭ ଜୁନରେ ୭୯.୮୧ ଡଲାର ଏବଂ ଆଜି ୧୮ ଜୁନରେ ୭୯.୩୬ ଡଲାରକୁ ଖସିସାରିଛି ।
ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଅଶା ଦେଖାଦେଇଛି ।