ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି କୋଟପାଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ।
ଆୟ ଠାରୁ ଅଧିକ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଅଧିକାରୀମାନେ କୋଟପାଡ଼ସ୍ଥିତ ସତ୍ୟନାରାୟଣଙ୍କ ଆବାସସ୍ଥଳ ଉପରେ ଚଢ଼ଉ କରିଥିଲେ ।
ଏହି ଚଢ଼ଉବେଳେ ସେମାନେ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ନାମରେ ୩୨ଟି ବେନାମୀ ପ୍ଲଟ ଏବଂ ୨ଟି ଫାମ ହାଉସ ଥିବା ଜାଣିପାରିଛନ୍ତି ।
ସେହିପରି ଏହି ଚଢ଼ଉବେଳେ ଶ୍ରୀ ସେଠୀଙ୍କ ଜଟଣୀରେ ଗୋଟିଏ ଫ୍ଲାଟ ଏବଂ କୋରାପୁଟର ବିଭିନ୍ନ ସ୍ଥାନରେ ୩୨ଟି ପ୍ଲଟକୁ ଭିଜିଲାନ୍ସ ଠାବ କରିଛି ।
ଏଥିସହ ତାଙ୍କ ଘରୁ ନଗଦ ୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାରକୁ ଜବତ କରାଯାଇଛି ।
ଏତଦ୍ବ୍ୟତୀତ ସତ୍ୟନାରାୟଣଙ୍କ କୋରାପୁଟ ବୋରିଗାଁରେ ୧୦ ଏକରର ଏକ ଫାର୍ମହାଉସ ଥିବାବେଳେ ଜୟପୁର, କୋରାପୁଟ, ବୋରିଗାଁ, କୋଟପାଡ଼ ଓ ପଟ୍ଟାଙ୍ଗିରେ ୩୨ଟି ଦାମୀ ପ୍ଲଟ ଥିବା ଭିଜିଲାନ୍ସ ଜାଣିପାରିଛି ।
ତେବେ ସହକାରୀ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ଏହି ବିପୁଳ ସମ୍ପତି ଓ ଟଙ୍କା ଦେଖି ଚଢ଼ଉ କରୁଥିବା ଭିିଜିଲାନ୍ସ ଅଧିକାରୀମାନେ ହତବାକ ହୋଇଯାଇଛନ୍ତି ।