‘ଅପଭ୍ରଂଶ’ ଫିଲ୍ମକୁ ଗଜପତିଙ୍କ ବିରୋଧ
ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଅପଭ୍ରଂଶ’କୁ ପୁରୀ ଗଜପତି ମହାରାଜ ଘୋର ବିରୋଧ କରିଛନ୍ତି ।
ଏହି ଚଳଚ୍ଚିତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିକୃତ ଓ କାଳ୍ପନିକ ଉପସ୍ଥାପନ କରାଯାଇଥିବା କହି ବିରୋଧ କରିଛନ୍ତି ।
ଏଣୁ ଆସନ୍ତା ଜୁଲାଇ ୧୦ରେ ଏହି ଫିଳ୍ମର ରିଲିଜକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।
ଏବେ ଏହାର ଟ୍ରେଲର ରିଲିଜ ହୋଇଛି ଯେଉଁଥିରୁ ଏହା ଏକ କାଳ୍ପନିକ ଫିଲ୍ମ ବୋଲଇ ଜଣାପଡ଼ୁଛି ।
ଗଜପତି ମହାରାଜ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାର ପ୍ରଚାର ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ହେବା ଉଚିତ ।
ହେଲେ ଉକ୍ତ ଫିଲ୍ମରେ ଯେଭଳି ଭାବେ ଶ୍ରୀଜଗନ୍ନାଥଙ୍କୁ ବିକୃତ ଓ କାଳ୍ପନିକ ଉପସ୍ଥାପନ କରାଯାଇଛି ତଦ୍ୱାରା ଅସଂଖ୍ୟ ଭକ୍ତଙ୍କ ଭାବନାକୁ ଏହା ଆଘାତ ପହଂଚାଇବ ଗଜପତି ମହାରାଜ କହି ଉକ୍ତ ଚଳଚ୍ଚିତ୍ରକୁ ରିଲିଜ ନ କରାଇ ଦେବାକୁ ପରାମର୍ଶ ଦେଇଛନ୍ତି ।