ଶଙ୍ଖ ଧରିଲେ ସୁଜାତା
ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ମିଶିଛନ୍ତି ଏକଦା ଦଳର ହର୍ତା, କର୍ତା ଓ ଦୈବ ବିଧାତା ବୋଲାଉଥିବା ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତିକେୟନ ଗୁରୁବାର ବିଜେଡି ଭବନକୁ ଆସି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶୁଭେଚ୍ଛା ନେଇ ବିଜେଡିରେ ମିଶିଛନ୍ତି ।
ହେଲେ ଏକଦା ପାଣ୍ଡିଆନଙ୍କୁ ବିରୋଧ କରିଆସୁଥିବା ବିଜେଡିର ବହୁ ଟାଣୁଆ ନେତା ଏହି ମିଶ୍ରଣ ପର୍ବରେ ଶଙ୍ଖ ଭବନକୁ ଆସିନଥିଲେ ।
ବିଶେଷ କରି ବବି ବଳବନ୍ତରାୟ, ବଦି୍ର ଓ ରାଜା ସ୍ୱାଇଁ ବା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁପସ୍ଥିତିକୁ ନେଇ ରାଜ୍ୟ ତମାମ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି ।
ତେଣେ ବିଜେଡିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଜାତା କାର୍ତିକେୟନଙ୍କ ମିଶ୍ରଣ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେପି କହିଛି ।
ସେହିପରି ବିଜେଡିରେ ସୁଜାତାଙ୍କ ମିଶିବା ପ୍ରଭାବହୀନ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।