ଘୁଂଚିଲା ଓଟିଇଟି ପରୀକ୍ଷା
ଜୁନ ୨୮ ପରିବର୍ତେ ଜୁଲାଇ ୫ରେ ହେବ
ପୁଣି ଘୁଂଚିଛି ଓଟିଇିଟି ପରୀକ୍ଷା । ଏହା ଜୁନ୍ ୨୮ ତାରିଖ ପରିବର୍ତେ ଆସନ୍ତା ଜୁଲାଇ ୫ ତାରିଖରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।
ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ହେବ । ସେହିଭଳି ପେପର -୨ ଦିନ ୨ଟାରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ହେବ ।
ତେବେ ପୂର୍ବ ଘୋଷିତ ଜୁନ ୨୮ ତାରିଖରେ ଆରଆଇ ଓ ଅମିନ ପରୀକ୍ଷା ପାଇଁର୍ ଓଟିଇଟି ପରୀକ୍ଷାକୁ ବୋର୍ଡ ଘୁଂଚାଇଛି । ତେବେ ଇତିମଧ୍ୟରେ ଓଟିଇଟି ପରୀକ୍ଷା ଦୁଇ ଦୁଇ ଥର ବୋର୍ଡ ଘୁଂଚାଇସାରିଲାଣି ।
ପ୍ରଥମେ ଜୁନ ୨୧ ତାରିଖରେ ଓଟିଇଟି ପରୀକ୍ଷା ହେବାର ଘୋଷଣା କରାଯାଇଥିଲା ।
ତେବେ ନିଟ୍ ପରୀକ୍ଷା ନିମନ୍ତେ ଏହାକୁ ଜୁନ୍ ୨୮ ତାରିଖକୁ ଘୁଂଚାଯାଇଥିଲା । ଏବେ ପୁଣି ଆରଆଇ ଅମିନ ପରୀକ୍ଷାର ତାରିଖ ଘୁଂଚାଯାଇଛି ।
ଏହି ପରୀକ୍ଷା ପେପର -୧ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବ ।
ସେହିଭଳି ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।