ତାମିଲନାଡୁ ଗ୍ୟାସ ଟ୍ରାଜେଡି
ଆଉ ଜଣେ ଆଖି ବୁଜିଲେ, ମୃତ୍ୟୁ ସଂଖ୍ୟା ୧୧କୁ ଛୁଇଁଲା
ତାମିଲନାଡୁସ୍ଥିତ ଏମ/ଏସ ସେଂଟ ପିଟର ଆଣ୍ଡ ପାଉଲ ସି-ଫୁଡ୍ ଏକ୍ସିପୋର୍ଟ ପ୍ରା.ଲି. ନାମକ ଫ୍ୟାକ୍ଟ୍ରିରେ ଗତ ବୁଧବାର ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ସେଠାରେ ଉପସ୍ଥିତ କିଛି ଶ୍ରମିକ ଗୁରୁତର ହୋଇଥିବାବେଳେ ପରେ ୧୦ ଜଣ ପ୍ରାଣ ହରାଇସାରିଛନ୍ତି ।
ମୃତକଙ୍କ ମଧ୍ୟରେ ଓଡ଼ିଶାର କେନ୍ଦୁଝର ଜିଲାର ୭ ଜଣ ଅଛନ୍ତି ଯେଉଁମାନେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି ।
ଶୁକ୍ରବାର ଉକ୍ତ ଘଟଣାରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିବା ଆଉ ଜଣେ ଓଡ଼ିଆ ଯୁବତୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।
ଫଳରେ ମୃତକଙ୍କ ସଂଖ୍ୟା ୧୧କୁ ଛୁଇଁଛି ।
ମୃତ ଯୁବତୀ ଜଣକ ତେଲକୋଇ ବ୍ଲକ ପିଟାନଳୀ ଗାଁର ହୋଇଥିବା ଜଣାପଡ଼ିଛି ।