କଟକ-ପାରାଦ୍ୱୀପ ରାସ୍ତାରେ ସିରିଜ ଆକ୍ସିଡେଂଟ
ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ରାଜପଥ କଟକ-ପାରାଦ୍ୱୀପ ରାସ୍ତାରେ ଶୁକ୍ରବାର ଏକାଧିକ ଆକ୍ସିଡେଂଟ ଘଟିଛି ।
ଏକ କାରକୁ ପଛରୁ ଗୋଟେ ଯାତ୍ରୀବାହୀ ବସ୍ ପିଟିବାରୁ ଉକ୍ତ ଦୁର୍ଘଟଣାଗ୍ରସ୍ତ କାରଟି ଅନ୍ୟ ଏକ କାରକୁ ପିଟିଥିଲା ।
ଦୁର୍ଘଟଣା ଘଟାଇଥିବା ‘ତ୍ରିଦେବୀ’ ନାମକ ଏକ ଘରୋଇ ବସର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲେ ।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ବସ ଓ କାରକୁ ଜବତ କରିବା ସହ ଥାନାରେ ଏକ ମାମଲା ଏକ ରୁଜୁ କରି ତଦନ୍ତ ଚଳାଇଛି । ଏହି ଦୁର୍ଘଟଣାରେ ଜଣେ ନାବାଳକ ଆହତ ହୋଇଥିବା ଜଣାପଡ଼ିଛି ।