ପାଠ୍ୟପୁସ୍ତକରେ ତ୍ରୁଟି ମାମଲା
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବା ଲାଗି ଅଂଟା ଭିଡ଼ିଛନ୍ତି ମୋହନ ସରକାର ।
ହେଲେ ଏଥିରେ ଏତେ ତ୍ରୁଟି ରହିଛି ଯେ, ଏହାକୁ ଖୋଦ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦେଖି ତାଜୁବ ହୋଇଯାଉଛନ୍ତି; କିନ୍ତୁ ନିଜର ଚାକିରି ବଂଚାଇବା ନିମନ୍ତେ ଚୁପ ହୋଇ ରହୁଛନ୍ତି ।
ତେବେ ଏହି ଘଟଣାର ମୁଖ୍ୟ ଓ ଅସଲ ନାଟର ଗୋବର୍ଦ୍ଧନ ସାରା ଦେଶରେ ପିଲାଙ୍କ ପାଠ୍ୟପୁସ୍ତକ ଯୋଗାଉଥିବା ଏନସିଆରଟିର ପୂର୍ବତନ ନିର୍ଦେଶକ ମନୋଜ ପାଢ଼ୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ଟିଇ ଓ ଏସସିଇଆଟି ନିର୍ଦେଶକ ଦାୟିତ୍ୱରେ ଥିବା ମନୋଜ ପାଢ଼ୀଙ୍କ ସମେତ ୩ ଜଣ ସହ ନିର୍ଦେଶକଙ୍କୁ ନିଲମ୍ବିତ କରାଯାଇଛି ।
ତେବେ ପ୍ରାଥମିକ ତଦନ୍ତରୁ ଏହି ବିରାଟ ତ୍ରୁଟି ପଛରେ ଗିରଫ ମନୋଜ ପାଢ଼ୀ ହିଁ ନାଟର ଗୋବର୍ଦ୍ଧନ ବୋଲି ଜଣାଯାଇଛି । ସେ ତାଙ୍କ ସ୍ୱେଚ୍ଛାଚାରିତା ପାଇଁ ସର୍ବଦା ବିବାଦରେ ରହିଆସୁଥିଲେ ।
ଏପିରକି ସେ ତାଙ୍କ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି ।
ବହି ମୁଦ୍ରଣ ବିବାଦ ପରେ ଶ୍ରୀ ପାଢ଼ୀଙ୍କ ଅଡ଼ୁଆ ବଢ଼ିଛି । ପିଲାଙ୍କ ପାଠ୍ୟ ପୁସ୍ତକ ମୁଦ୍ରଣ ସମୟରେ ସେ ଗଣଶିକ୍ଷା ବିଭାଗର ସଚିବ ଥିଲେ । କଥା ଆଗକୁ ବଢ଼ିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେପି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ । ସେହିପରି ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କ ସମେତ ୧୦ରୁ ଅଧିକ ମଧ୍ୟ ମନୋଜଙ୍କୁ ବଦଳି କରିବା ପାଇଁ ଚିଠି ଲେଖିଥିଲେ ।
ସୂଚନାଥାଉ କି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନିିମନ୍ତେ ଛପାଯାଇଥିବା ପାଠ୍ୟପୁସ୍ତକରେ ମୋଟ ୧୮୭୦ଟି ଭୁଲ ଥିବା କଥା ସାମ୍ନାକୁ ଆସିବାପରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ଏଭଳି ଗମ୍ଭୀର ବହି ତ୍ରୁଟି ପଛରେ ସରକାରଙ୍କୁ ବଦନାମ କରାଯିବା ଲାଗି ଏକ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଥିବା ପ୍ରଶାସନିକ ସ୍ତରରେ କୁହାଯାଉଛି ।
ତେବେ ସରକାର ଏହାକୁ ଗୁରୁତର ସହ ନେଇ ଏହି ଘଟଣା ପାଇଁ ଦାୟୀ ୩ ଜଣ ସହକାରୀ ନିର୍ଦେଶକଙ୍କ ସମେତ ମୋଟ ୪ ଜଣଙ୍କୁ ସରକାର ନିଲମ୍ବନ କରିଛନ୍ତି ।
ଏଥିସହ ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠ ଗ୍ରହଣ କରାଯାଇଛି ।
ତଦନ୍ତ କମିଟିର ସୁପାରିଶି ମତେ ପୂର୍ବତନ ଶିକ୍ଷକ ତଥା ଶିକ୍ଷା ନିର୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୩ ଜଣ ସହକାରୀ ନିର୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁଙ୍କୁ ସରକାର ନିଲମ୍ବନ କରିଛନ୍ତି ।