ଖୁବ ଶୀଘ୍ର ପିଲାଙ୍କୁ ମିଳିବ ନୂଆ ବହି
ଗୁରୁଚଣ୍ଡାଳ ଭୁଲକୁ ସୁଧାରିବୁ
ଖୁବ ଶୀଘ୍ର ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ସଂଶୋଧିତ ନୂଆ ବହି ।
ପୁସ୍ତକ ବିଭ୍ରାଟ ପ୍ରସଙ୍ଗରେ ଆୟୋଜିତ ଏକ ପ୍ରେସମିଟ୍ରେ ଏପରି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ତିରୁମାଳା ନାୟକ ।
ଛପାଯାଇଥିବା ବହିରେ ଥିବା ତ୍ରୁଟିକୁ ତର୍ଜମା କରାଯାଉଛି ।
ସେଥିରେ ହୋଇଥିବା ଗୁରୁଚଣ୍ଡାଳ ଭୁଲକୁ ସୁଧାରିବୁ, ଚଳିତ ବର୍ଷ ହିଁ ତ୍ରୁଟିଶୂନ୍ୟ ପୁସ୍ତକ ଦେବୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ଏଭଳି କହିଛନ୍ତି ।
ଖୁବ ଶୀଘ୍ର ସଂଶୋଧିତ ବହି ଗଣଶିକ୍ଷା ବିଭାଗ, ଓସେପା ୱେବସାଇଟ୍ରେ ଦିଆଯିବ ।
ଏଥିରେ ଜନସାଧାରଣ ଓ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯିବ ବୋଲି ସଚିବ ଶ୍ରୀ ନାୟକ କହିଛନ୍ତି ।