ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା
ଆସନ୍ତା ଅକ୍ଟୋବର ସୁଦ୍ଧା ରାଜ୍ୟରେ ଏସଆଇ ପରୀକ୍ଷା ହେବ ବୋଲି ଓୟୁଏସଏସଏସସି ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି ।
ପ୍ରଶ୍ନପତ୍ର ଲିକ ପାଇଁ ବଂଚିତ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ ।
ଏପରିକି ଏହି ଚାକିରି ପାଇଁ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ଗଡ଼ି ଯାଇଥିଲେ ମଧ୍ୟ ଉକ୍ତ ଆବେଦନକାରୀମାନେ ପରୀକ୍ଷା ଦେଇପାରିବେ ।
ତ୍ରୁଟିଶୂନ୍ୟ ପରୀକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ଏହି ପରୀକ୍ଷା ପାଇଁ ପୂର୍ବରୁ ଫର୍ମ ପକାଇଥିବା ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତନ ହେବନି ବୋଲି ଓୟୁଏସଏସଏସସି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ କହିଛନ୍ତି ।