ପୀତବାସ ହତ୍ୟା ଦଫାରୁ ‘ବିକ୍ରମ’ ବାଦ
ବହୁ ଚର୍ଚ୍ଚିତ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ମାନ୍ୟବର ଅଦାଲତ ଗିରଫ ଆଇନଜୀବୀ ବିକ୍ରମ ପଣ୍ଡାଙ୍କୁ ‘ହତ୍ୟା’ ଦଫାରୁ ବାଦ ଦେଇଛନ୍ତି ।
ଏହି ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ଓ ନିୟୋଜିତ ହତ୍ୟାକାଣ୍ଡ ହୋଇଥିବାବେଳେ ଏଥିରେ ଗିରଫ ହୋଇଥିବା ସୁଟର କୁରୁପତି ଭୂୟାଁ ଓ ଚିଂଟୁ ପ୍ରଧାନଙ୍କ ନାମରେ ହତ୍ୟା ଦଫା ଲାଗିଛି ।
ଚୂଡ଼ାନ୍ତ ଚାର୍ଜସିଟରେ ଗିରଫ ୧୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ବାଦ କରାଯାଇଛି ।
ହେଲେ ଏହି ହତ୍ୟାକାଣ୍ଡରେ ଗିରଫ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ ଦର୍ଶାଇଛି ।
ବିକ୍ରମଙ୍କ ସହ ପୂର୍ବତନ ମେୟର ପିଂଟୁ ଦାସଙ୍କ ନାମ ବି ବାଦ ପଡ଼ିଛି ।
ଏହି ସଂଗଠିତ ଅପରାଧ ଭାବେ ଲାଗିଛି ବିଏନଏସ ଦଫା-୧୧୧ ।
ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ମଦନ ଦଳେଇ, ମଳୟ ବିଷୋୟୀଙ୍କ ନାମ ମଧ୍ୟ ହତ୍ୟା ଦଫାରୁ ବାଦ ଦେଇଛନ୍ତି ଅଦାଲତ ।