ବଢ଼ୁଛି ହୀରାକୁଦ ଜଳସ୍ତର
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ
ଲଗାଣ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ୁଛି ।
ବର୍ତମାନ ହୀରାକୁଦ ଜଳସ୍ତର ୬୦୬.୧୨ ଫୁଟ ଅଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସ୍ପଷ୍ଟୀକରଣ ରଖିଛନ୍ତି ।
ଗତ ଥର ଅପେକ୍ଷା ଏବେ ବି ୨ରୁ ୩ ଫୁଟ ତଳେ ହୀରାକୁଦର ଜଳସ୍ତର ରହିଛି ।
ଏବେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଆସନ୍ତା କାଲି ସୁଦ୍ଧା ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପବେଶ କରିବ ।
ତେଣୁ ୯ ତାରିଖରେ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତି ନିଆଯାଇଛି ।
ତେବେ କେତେ ଗେଟ ଖୋଲିବୁ ତାହା ଆସନ୍ତା କାଲି ବୁଧବାର ହୀରାକୁଦରେ ଜଳସ୍ତର ଦେଖି ନିଷ୍ପତି ନିଆଯିବ ବୋଲି ଶ୍ରୀ ରାଉତ କହିବା ସହ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ।
ଏଣୁ ଲୋକଙ୍କ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।
ଜଳ ସମ୍ପଦ ବିଭାଗ ଓ ଜିଲା ପ୍ରଶାସନ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିବା ସେ କହିଛନ୍ତି । ସୂଚନାଥାଉ କି, ମୁଣ୍ଡୁଳିରେ ଏବେ ୩ ଲକ୍ଷ ୨୬ ହଜାର କୁ୍ୟସେକ ଜଳ ଅତିକ୍ରମ କରୁଛି । ମଙ୍ଗଳବାର ରାତି ସୁଦ୍ଧା ୪ ଲକ୍ଷ ୫୦ ହଜାର କୁ୍ୟସେକ ଜଳ ଅତିକ୍ରମ କରିବ ବୋଲି ଶ୍ରୀ ରାଉତ କହିଛନ୍ତି ।