ମୁୁମ୍ବାଇରେ ବର୍ଷା ବିତ୍ପାତ : ୧୩ ମୃତ
ପ୍ରବଳ ବର୍ଷାରେ ଦେଶର ବାଣିଜ୍ୟ ରାଜଧାନୀ ବୋଲାଉଥିବା ମୁମ୍ବାଇ ବେହାଲ ହୋଇପଡ଼ିଛି ।
ଲଗାଣ ବର୍ଷାରେ ମୁମ୍ବାଇ ସହରର ଏକରକମ ବୁଡ଼ିଯାଇଛି ।
ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ବର୍ଷା ପାଣି ନ ପଶିଛି ।
ଲୋକଙ୍କ ଘରେ ବର୍ଷାପାଣି ଆଉ ବାହାରେ ରାସ୍ତା ପାଣି ।
ଯିବେ ତ କୁଆଡ଼େ ଯିବେ, କରିବେ ତ କ’ଣ କରିବେ ଏ ନେଇ ଏବେ ମୁମ୍ବାଇବାସୀ ଭୟଭୀତ ହୋଇପଡ଼ିଛନ୍ତି ।
ଯୁଆଡ଼େ ଦେଖିବ ସେଆଡ଼େ ଖାଲି ପାଣି ।
ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାବେଳେ ରେଳଲାଇନ ଓ ବିମାନ ବନ୍ଦର ମଧ୍ୟ ପାଣିରେ ଉବୁଟୁବୁ ହେଉଛି ।
ଫଳରେ ଏବେ ମୁମ୍ବାଇରେ ରେଳ ଓ ବିମାନ ସେବା ଠପ ହୋଇଯାଇଛି ।
ତେଣେ ବର୍ଷାରେ ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ୧୩ ଜଣଙ୍କ ପ୍ରାଣହାନୀ ଘଟିଛି ।
ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ୪୮ ଘଂଟିଆ ରେଡ୍ ଆଲର୍ଟ ଜାରି କରାଯାଇଛି ।