ମିଳିଲା ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ
ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରେ ଏକ ଅଭାବନୀୟ ଘଟଣା ଘଟିଛି ।
ଏଠାରେ କାର୍ଯ୍ୟରତ ଆଇଆଇସି ବିୟୁଟି ମହାନ୍ତି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ତେବେ ଏହି ଆତ୍ମହତ୍ୟା ପଛରେ ବ୍ୟକ୍ତିଗତ କାରଣ ରହିଛି ବୋଲି କମିଶନରେଟ ପୁଲିସ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଗତ ଶୁକ୍ରବାର ରାତିରେ ବିୟୁଟି ଘରକୁ ନଯାଇ ଥାନା କ୍ୱାର୍ଟର୍ସରେ ଥିଲେ ।
ତାଙ୍କ ଅର୍ଡଲି ଖାଇବା ନେଇଯିବା ପେ ସେ ଆଉ କଲ୍ ଉଠାଇ ନଥିଲେ । ତେଣୁ ସେ କାଲି ରାତିରେ ଖାଇନଥିଲେ ବୋଲି ଏସ୍.ଦେବଦତ ସିଂହ କହିଛନ୍ତି ।
ତେବେ ଆଇଆଇସି ବିୟୁଟି ଶାରୀରିକ ଓ ମାନସିକ ଭାବେ ବହୁତ ଦୃଢ଼ ଥିଲେ । କେବେ କୌଣସି ସମସ୍ୟା ନେଇ ଆମକୁ କିଛି କହି ନାହାନ୍ତି ।
କମିଶନରେଟ ପୁଲିସରେ ଭଲ କାମ କରୁଥିଲେ ଏବଂ ତାଙ୍କର ପବ୍ଲିକ ଡିଲିଂ ମଧ୍ୟ ଭଲ ଥିଲା ବୋଲି ସିପି କହିଛନ୍ତି ।