ଇଣ୍ଡୋନେସିଆରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯାଇଛି ।
ତାଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ମେଡାଲରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ସମ୍ମାନିତ କରିଛନ୍ତି ।
ଏହାକୁ ମିଶାଇ ୩୪ଟି ଅନ୍ତର୍ଜାତୀୟ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦି ସମ୍ମାନିତ ହୋଇସାରିଲେଣି ।
ଜବାବରେ ଏହା ଦୁଇ ଦେଶର ଐତିହାସିକ ଓ ଗଭୀର ସମ୍ପର୍କ ପ୍ରତି ସମ୍ମାନ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି ।