ହୀରାକୁଦ ବନ୍ୟାଜଳ ନିୟନ୍ତ୍ରଣ ଆନ୍ତଃରାଜ୍ୟ ବୈଠକ
ହୀରାକୁଦ ଡ୍ୟାମ ବନ୍ୟା ଜଳ ନିୟନ୍ତ୍ରଣ ନେଇ ଆନ୍ତଃରାଜ୍ୟ ବୈଠକ ଚାଲିଛି ।
ଏହି କ୍ରମରେ ଓଡ଼ିଶା ଓ ପଡ଼ୋଶୀ ଛତିଶଗଡ଼ ପ୍ରତିନିଧି ଓ ଜଳ ସମ୍ପଦ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ବୁର୍ଲାର ଅଶୋକ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସିଡବ୍ଲୁ୍ୟସି ତତ୍ୱାବଧାନରେ ୨ ରାଜ୍ୟ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ବନ୍ୟା ନିୟନ୍ତ୍ରଣ ନେଇ ତଥ୍ୟର ଆଦାନ ପ୍ରଦାନ ଉପରେ ଆଲୋଚନା ହୋଇଛି ।