ପୁଣି ଇରାନ ଉପରେ ଆମେରିକାର ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଇରାନ ଓ ଇସ୍ରାଏଲ-ଆମେରିକା ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧର ପରିସମାପ୍ତି ନିମନ୍ତେ ଗତ ଜୁନ ମାସରେ ଜେନେଭା ଠାରେ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।
ହେଲେ ଏହାର କିଛି ଦିନ ପରେ ପୁଣି ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇପଡ଼ିଛି ।
ବିଶେଷ କରି ଗତ ମଙ୍ଗଳବାର ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବ୍ରିଟେନର ୩ଟି ପଣ୍ୟବାହୀ ଜାହାଜ ଉପରେ ଇରାନ ନୌସେନା ଆକ୍ରମଣ କରିଥିଲା ।
ଏହା ଜବାବରେ ବୁଧବାର ଆମେରିକା ପକ୍ଷରୁ ଇରାନ ଉପରେ ପ୍ରତିଆକ୍ରମଣ କରାଯାଇଛି । ଇରାନର ବନ୍ଦର ଉପରେ ଆମେରିକାର ମିସାଇଲ ଓ ବୋମାମାଡ଼ କରିଛି ।
ଏଥିରେ ବହୁ ଲୋକ ଆହତ ହୋଇଛନ୍ତି ।
ଏହାର ଭିଡଓ ମଧ୍ୟ ବିଭିନ୍ନ ସୋସିଆଲ ସାଇଟରେ ସେୟାର କରିଛି ।
ଏଥିସହ ଇରାନ ସରକାରକୁ ବିଶ୍ୱ ପାଇଁ ‘କ୍ୟାନସର’ କହି ତାଚ୍ଛଲ୍ୟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଏହି କ୍ୟାନସରକୁ ବହୁ ପୂର୍ବରୁ କାଟି ଦେବାର ଥିଲା ବୋଲି ସେ କହିଛନ୍ତି ।
ତେବେ କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ ପାଇଁ ସୁଯୋଗ ଦେବୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।