ଭୁବନେଶ୍ୱର କୋର୍ଟକୁ ବୋମା ଧମକ
ଏକ ଅଜଣା ମେଲରୁ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିଛି ।
ଏହି ଧମକ ମିଳିବା ପରେ କୋର୍ଟ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଏଥିସହ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ ଓ ସନ୍ଧାନୀ କୁକୁର ମଧ୍ୟ ତନାଘନା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର କୋର୍ଟ ପରିସରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସେଠାକୁ ଆସୁଥିବା ପ୍ରତିଟି ଗାଡ଼ିକୁ ତନତନ କରି ଯାଂଚ କରାଯିବା ସହ ମେଟାଲ ଡିଟେକ୍ଟରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ଯାଂଚ ଜାରି ରହିଛି ।
ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ବୋମା ସେଠାରେ ମିଳିନାହିଁ ବୋଲି ପୁଲିସ କହିଛି ।
ତେଣେ କେଉଁ ମେଲରୁ ଏହି ଧମକ ଦିଆଯାଇଛି ତାକୁ ମଧ୍ୟ ସାଇବର ଏକ୍ସପର୍ଟମାନେ ତନଖି କରୁଛନ୍ତି ।