ଭିଜିଲାନ୍ସ ଜାଲରେ ରେଂଜର
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଦୁର୍ନୀତିଗ୍ରସ୍ତ ରେଂଜର ।
ବୁଧବାର ସକାଳୁ କେନ୍ଦ୍ରାପଡ଼ା ଫରେଷ୍ଟ ରେଂଜର ରବୀନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ରେଡ କରାଯାଇଛି । ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଜାରି କରାଯାଇଥିଲା ।
କଟକ ଓ କେନ୍ଦ୍ରାପଡ଼ା ଉଭୟ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ ।
ଚଢ଼ଉ ସମୟରେ କଟକ ଜିଲାର ବାରଙ୍ଗ ଗୋଡ଼ିସାହିରେ ଶ୍ରୀ ନାୟକଙ୍କ ୪ ମହଲା ବିଶିଷ୍ଟ ବିଶାଳ କୋଠା ଠାବ କରିଛନ୍ତି ।
ଏଥିସହ ଶ୍ରୀ ନାୟକଙ୍କ ଘରୁ ପୁଳା ପୁଳା ଟଙ୍କା, ସୁନା ଗହଣା, ଦାମୀ ଘଂଟା, ଗାଡ଼ି, ଏକାଧିକ ବ୍ୟାଙ୍କ ପାସବୁକକୁ ଭିଜିଲାନ୍ସ ଟିମ ଜବତ କରିଛି ।