ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ
ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ ।
ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଦିଲ୍ଲୀ, ନୋଏଡା ଓ ଗାଜିଆବାଦରେ କୃତ୍ରିମ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି ।
ଏଥିଯୋଗୁଁ ପଥଚାରୀ, ଦୁଇ ଚକିଆ ଚାଳକ ଓ ଅଟୋ ଚାଳକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ସେହିପରି ଗାଜିଆବାଦ, ନୋଏଡା ଓ ଗୁରୁଗ୍ରାମ ବି ବର୍ଷା ଜଳରେ ଉବୁଟୁବୁ ହେଉଛି ।
ଏଥିଯୋଗୁଁ ରାସ୍ତାରେ ପାଣି ଜମିବା ସହ ସହରର ତଳିଆ ଅଂଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଯାଇଛି ।
ଏହି ସହରଗୁଡ଼ିକର ରାସ୍ତା ଉପରେ ଫୁଟେରୁ ୨ ଫୁଟ ପର୍ଯ୍ୟନ୍ତ ବର୍ଷା ପାଣି ଲହଡ଼ି ମାରୁଛି ।
ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ପୁଲିସକୁ ସଜାଗ ରଖାଯାଇଛି ବୋଲି ଦିଲ୍ଲୀ ଗଭର୍ଣ୍ଣର କହିଛନ୍ତି ।