ବଢ଼ୁଛି ମହାନଦୀ ଜଳସ୍ତର
ଲଗାଣ ଲଘୁଚାପଜନିତ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।
ଶୁକ୍ରବାର ଦ୍ୱିପହର ସୁଦ୍ଧା ବିଭିନ୍ନ ଜିଲାରେ ବୋହିଯାଉଥିବା ମହାନଦୀର ଜଳସ୍ତର ବଢ଼ିଛି ।
ବିଶେଷ କରି ଗତ ବୁଧବାର ହୀରାକୁଦରୁ ୪ଟି ଗେଟ ଖୋଲାଯାଇଥିଲାବେଳେ ଏଥିରୁ ଛଡ଼ାଯାଇଥଇବା ପାଣି ମହାନଦୀରେ ମିଶିବାରୁ ଏହାର ଜଳସ୍ତର ବଢ଼ିବାରେ ଲାଗିଛି ।
ଅନ୍ୟପଟେ କଟକ ମୁଣ୍ଡଳୀରେ ଜଳପ୍ରବାହ କମିଛି ।
ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ହୀରାକୁଦରୁ ଛଡ଼ାଯାଇଥଇବା ପ୍ରଥମ ବନ୍ୟାଜଳ ଆସି ପହଂଚିବ ।
ଦିନ ୧୨ ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୮୩୫ କୁ୍ୟସେକ ବର୍ଷାଜଳ ନିଷ୍କାସିତ ହୋଇଥିବା ଜଣାପଡ଼ିଛି ।