ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଉଠିବା ସହ ସମଗ୍ର ରାଜ୍ୟ ମଧ୍ୟ ଚଳଚଂଚଳ ହୋଇଉଠିଛି ।
ଏହାକୁ ସଫଳ ଓ ସୁଗମ କରିବା ପାଇଁ ସରକାର ମଧ୍ୟ ତତ୍ପରତା ଦେଖାଉଛନ୍ତି ।
ଏହି କ୍ରମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ପୁରୀ ରଥଯାତ୍ରା ପ୍ରସ୍ତୁତିର ବିଭାଗୱାରୀ ସମୀକ୍ଷା କରିଛନ୍ତି ।
ତାଙ୍କ ସହ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଭିନ୍ନ ଭିନ୍ନ ଦାୟିତ୍ୱର ମଧ୍ୟ ଅନୁଧ୍ୟାନ କରିଥିଲେ ।
ଏହି ସମୟରେ ଶାନ୍ତିଶୃଙ୍ଖଳାକୁ ନଜରରେ ରଖି ଗୁଇନ୍ଦା ନିର୍ଦେଶକଙ୍କ ସହ ବିଭିନ୍ନ ବିଭାଗର ସଚିବଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ବୈଠକରେ ପୁରୀ ଜିଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମୟରେ ପୂର୍ବରୁ ରଥଯାତ୍ରା ପାଇଁ ଧାର୍ଯ୍ୟ ୧୦ ସୂତ୍ରୀ ନିର୍ଦେଶକୁ କେତେଦୂର ପାଳନ କରାଯାଇଛି ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।