ପୁରୀ ଜଗିବେ ୧୫ ପ୍ଲାଟୁନ ଫୋର୍ସ
ଆଉ ଦିନ କେଇଟା ପରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।
ଏଥିପାଇଁ ପୁରୀ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇପଡ଼ିଛି ।
ସମ୍ପୂର୍ଣ୍ଣ ପୁରୀ ସହରର ସୁରକ୍ଷା ଓ ଶୃଙ୍ଖଳିତ ରଥଯାତ୍ରା ପାଇଁ ଅଂଟା ଭିଡ଼ିଛି ପୁଲିସ ପ୍ରଶାସନ ।
ଏହି କ୍ରମରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀକୁ ୧୫ ପ୍ଲାଟୁନ ସେଂଟ୍ରାଲ ଫୋର୍ସ ଜଗିବେ ବୋଲି ଡିଜିପି ୱାଇ.ବି.ଖୁରାନିଆ କହିଛନ୍ତି ।
ସିଆରପିଏଫ୍, ବିଏସ୍ଏଫ, ରାଫକୁ ମିଶାଇ ୧୫ ପ୍ଲାଟୁନ ଫୋର୍ସ ପୁରୀ ସହର ଓ ବଡ଼ଦାଣ୍ଡକୁ ଜଗିବେ ।
ତଟ ସୁରକ୍ଷା ଦାୟିତ୍ୱରେ ନାଭି, କୋଷ୍ଟଗାର୍ଡ ଓ ମେରାଇନ ପୁଲିସ ରହିବେ ।
ଏଥିସହିତ କେଉଁ ଅଫିସର କେଉଁ ଦାୟିତ୍ୱରେ ରହିବେ ତାହା ମଧ୍ୟ ସ୍ଥିର କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥଯାତ୍ରା ନେଇ ସେ ପୂରା ଆଶାବାଦୀ ଅଛନ୍ତି ବୋଲି ଡିଜିପି କହିଛନ୍ତି ।