ସୁସ୍ଥ ହେବେ ଶ୍ରୀଜୀଉ
ଦେବସ୍ନାନ ପୂର୍ଣ୍ଣିମା ଦିନ ପରମ୍ପରାନୁଯାୟୀ, ସୁନା କୂଅଁରୁ ସେବକମାନେ ୧୦୮ ଗରା ସୁବାସିତ ଜଳ ଆଣି ସ୍ନାନବେଦୀରେ ବଡ଼ଭାଇ ବଳଭଦ୍ର, ଭଉଣୀ ମା’ ସୁଭଦ୍ରା, ପ୍ରଭୁ ଶ୍ରୀଜଗନ୍ନାଥ ଓ ସୁଦର୍ଶନ ଆଦି ଚତୁର୍ଦ୍ଧାମୂର୍ତିଙ୍କୁ ଗାଧୋଇ ଦେଇଥିଲେ ।
ସେହି ଦିନ ଠାରୁ ଶ୍ରୀଜୀଉମାନେ ଅସୁସ୍ଥ ହୋଇ ଅଣସର ଘରେ ରହିଛନ୍ତି ।
ଆଜି ଏହି ଅନବସରର ଦ୍ୱାଦଶୀ ଦିନ ପରମ୍ପରାନୁସାରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କ ସୁସ୍ଥ ହେବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମୋତଦକମାନ ଲାଗି କରାଯାଇଛି ।
ଏହକୁ ସେବନ କରି ଶ୍ରୀଜୀଉମାନେ ସୁସ୍ଥ ହେବେ ବୋଲି ଦଇତାପତିମାନେ କହିଛନ୍ତି ।