ଚିକିତ୍ସା ଅବହେଳା : ଶିଶୁ ମୃତ
ଚିକିତ୍ସା ଅବହେଳା ଯୋଗୁଁ ଜଣେ ଶିଶୁର ମୃତ୍ୟୁ ଘଟିଛି ।
ଷ୍ଟ୍ରେଚର ବାହାରକୁ ଖସିପଡ଼ିଲା ଅନ୍ୟ ଏକ ନବଜାତ ।
ଏଭଳି ଅଭାବନୀୟ ଘଟଣା ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ହସ୍ପିଟାଲରେ ଘଟିଛି ।
ଏଠାରେ ଜଣେ ପ୍ରସୂତିଙ୍କ ପ୍ରସବ ଯନ୍ତ୍ରଣା ହୋଇଥିବାବେଳେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଠିକ ସମୟରେ ଚିକିତ୍ସା ସେବା ଯୋଗାଇ ଦେଇନଥିଲେ ।
ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ପ୍ରସୂତି ଜଣକ ଷ୍ଟ୍ରେଚରରେ ହିଁ ନବଜାତ ଶିଶୁଟିକୁ ଜନ୍ମ ଦେଇଥିଲେ । ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଚିକିତ୍ସା କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ନବଜାତ ଶିଶୁ ଷ୍ଟ୍ରେଚର ତଳକୁ ଖସିପଡ଼ି ପ୍ରାଣ ହରାଇଥିଲା ।
ତେବେ ଏଥିପାଇଁ ପରିବାର ଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିବା ସହ ଭିମସାର ନିର୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ଭିମସାର କର୍ତୁପକ୍ଷ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ନିମନ୍ତେ ନିର୍ଦେଶ ଜାରି କରିଛନ୍ତି ।