ଏସସିଇଆରଟି ଅଫିସରେ କ୍ରାଇମବ୍ରାଂଚ
ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ରାଜ୍ୟର ମୋହନ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
ଏହି ଘଟଣାରେ ପୂର୍ବତନ ଏସସିଆରଟି ନିର୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୫ ଜଣଙ୍କୁ ସରକାର ନିଲମ୍ବିତ କରିସାରିଛନ୍ତି ।
ତେବେ ସରକାରଙ୍କୁ ବଦନାମ କରିବା ପାଇଁ ଏହି ତ୍ରୁଟି ଉଦେ୍ଦଶ୍ୟମୂଳକ ଭାବେ କରାଯାଇଥିବା ଜାଣିପାରି ଏହା ପଛରେ ଅନ୍ୟ ବହୁଜଣଙ୍କ ସମ୍ପୃ୍କ୍ତି ଥାଇପାରେ ବୋଲି ସନେ୍ଦହ କରାଯାଉଛି ।
ଏଣୁ ଏହାର ବିଧିବଦ୍ଧ ତଦନ୍ତ ନିମନ୍ତେ ବୁଧବାର ଏସଇଆରଟି କାର୍ଯ୍ୟାଳୟରେ କ୍ରାଇମବ୍ରାଂଚ ଅଧିକାରୀମାନେ ପହଂଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି ।
ପୂର୍ବତନ ନିର୍ଦେଶକଙ୍କ ଚ୍ୟାମ୍ବରର ତଲାସି ନେବା ସହ ସେଠାରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପଚରା ଉଚୁରା କରିଛନ୍ତି ।
କ୍ରାଇମବ୍ରାଂଚର ୪ ଜଣିଆ ଟିମ୍ ଏହି ଖୋଳତାଡ଼ ଜାରି ରଖିଛନ୍ତି ।
ଏହି ଘଟଣାରେ ଗତକାଲି ମଙ୍ଗଳବାର ନିଲମ୍ବିତ ନିର୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଂଚ ଗିରଫ କରିସାରିବା ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ନୋଟିସ ଜାରି କରିଛି ।