ନିଟ-ୟୁଜି ପ୍ରଶ୍ନପତ୍ର ଲିକ ଘଟଣା
ଫାଷ୍ଟ ଟ୍ରାକ କୋର୍ଟରେ ଦଣ୍ଡ : ମୋଦି
ସାରା ଭାରତ ବର୍ଷରେ ବର୍ତମାନ କେବଳ ଗୋଟିଏ ପ୍ରସଙ୍ଗ ଦେଶବାସୀଙ୍କୁ ଆନେ୍ଦାଳିତ କରୁଛି । କେବେ ମିଳିବ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଟ-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍କାରୀଙ୍କୁ ଦଣ୍ଡ ?
ଏହାକୁ ନେଇ ସଂସଦ ଠାରୁ ସଡ଼କ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବିରୋଧୀ ଗଣଧାରଣା, ନାରାବାଜି, ବିକ୍ଷୋଭ ଓ ହିଂସାକାଣ୍ଡ ଦେଖାଦେଇଛି ।
ଜନ୍ତରମନ୍ତର ଠାରେ ଏହି ପ୍ରଶ୍ନପତ୍ର ଲିକ୍ ପାଇଁ କେନ୍ଦ୍ର ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରୋ କକ୍ରୋଜ ଜନତା ପାର୍ଟି (ସିଜେପି) ଓ ତା’କୁ ସମର୍ଥନ କରୁଥିବା କଂଗ୍ରେସ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ଓ ଧାରଣା ଜାରି ରହିଛି ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ସମସ୍ତ ତୁଙ୍ଗ କଂଗ୍ରେସୀ ନେତା ମଧ୍ୟ କେନ୍ଦ୍ର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଏହି ପ୍ରଶ୍ନପତ୍ର ଲିକ ପାଇଁ ଦାୟୀ କରି ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ।
ଅନ୍ୟପଟେ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି ।
ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ । ଦୋଷୀ ଯିଏ ବି ହୁଅନ୍ତୁ ନା କାହିଁକି ତାଙ୍କୁ ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କ୍ରମାଗତ ପଦକ୍ଷେପ ନିଆଯାଉଛି । ଯୁବପିଢ଼ିଙ୍କ ଭବିଷ୍ୟତ ସହ ଖେଳୁଥିବା ଲୋକଙ୍କୁ କଦାବି ଛଡ଼ାଯିବନି । ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟର ଆକାଉଂଟରେ ଲେଖି ଜଣାଇଛନ୍ତି ।