ଫାଇଲ ଗାଏବ ଘଟଣା: ପୁଣି ନୋଟିସ
ସିଏମଓଙ୍କ ଅଫିସରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ ଘଟଣାରେ ନୂଅ ମୋଡ଼ ଆସିଛି ।
ଏହାର ତଦନ୍ତ କରୁଥିବା ସଂସ୍ଥା ପୁଣି ଥରେ ନୋଟିସ ଜାରି କରଛି ।
ତଦନୁଯାୟୀ ଆସନ୍ତା ୨୬ ତାରିଖ ପୂର୍ବାହ୍ନ ୧୧ଟାରେ ଏହି ଫାଇଲ ଦାୟିତ୍ୱରେ ଥିବା ଉପେନ୍ଦ୍ର ବେହେରାଙ୍କୁ ହାଜର ହେବାକୁ ଉଲ୍ଲେଖ କରାଯାଇଛି ।
ଏଥିସହ ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଧିକାରୀ ରାଜେଶ ବର୍ମାଙ୍କୁ ହାଜର ପାଇଁ ନୋଟିସ ଜାରି କରାଯାଇଥିବାବେଳେ ସେ ଅନୁପସ୍ଥିତ ରହିବାରୁ ତାଙ୍କୁ ମଧ୍ୟ ପୁଣି ଥରେ ହାଜର ନୋଟିସ ଜାରି ହୋଇଛି ।
ସୂଚନାଥାଉ କି, ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାରେ ପୂର୍ବତନ ନବୀନ ସରକାରଙ୍କ ହର୍ତା କର୍ତା ଦୈବ ବିଧାତା ବୋଲାଉଥିବା ଭି.କେ.ପାଣ୍ଡିଆନ ଙ୍କୁ ଜୁଲାଇ ୨୫ ଏବଂ ସିଏମ୍ଓ ଅଫିସର ୨ ଅଧିକାରୀ ଉପେନ୍ଦ୍ର ବେହେରାଙ୍କୁ ଜୁଲାଇ ୨୬ ଓ ରାଜେଶ ବର୍ମାଙ୍କୁ ଆସନ୍ତା ଜୁଲାଇ ୩୦ ତାରିଖରେ ହାଜର ହେବାକୁ କମିଶନରେଟ ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି ।