ପେପର ଲିକ ରୋକିବାକୁ ଆସିବ ନୂଆ ବିଲ : ମୋଦି
ବର୍ତମାନ ସାରା ଦେଶରେ ନିଟ-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ତର୍କ ବିତର୍କ ଲାଗି ରହିଛି ।
ତେବେ ଆଗକୁ ଯେଭଳି ଏହି ଘଟଣାର ପୁନରାବୃତି ନହୁଏ ସେଥିପାଇଁ କ୍ୟାବିନେଟରେ ଏକ ନୂତନ ବିଲ ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ଆସନ୍ତା କାଲି ରବିବାର ଏ ସଂକ୍ରାନ୍ତରେ କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମୋହର ଲାଗିପାରେ ବୋଲି ସଙ୍କେତ ମିଳିଛି ।
ଭିଡିଓ ବାର୍ତା ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି ।
ବିଶେଷ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଲେ କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା କରାଯିବ । ଏଣୁ ଆସନ୍ତା ସୋମବାର ସଂସଦ ଅଧିବେଶନରେ ଏହି ବିଲ୍କୁ ଶୀଘ୍ର ପାରିତ କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।








