ସୃଷ୍ଟି ହେଲା ଅବପାତ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ବାଲେଶ୍ୱର ଠାରୁ ୧୮୦ ଓ ଚାନ୍ଦବାଲି ଠାରୁ ୧୭୦ କି,ମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଥିବା ପାଣିପାଗ ବିଭାଗ କହିଛି ।
ଅଧିକ ଘନୀଭୂତ ହୋଇ ଉତରପଶ୍ଚିମ ଦିଗକୁ ଗତି କରିବ ।
ଗଭୀର ଅବପାତ ହୋଇ ଉତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ ।
ଏହା ପାରାଦ୍ୱୀପ ଓ ସାଗର ଦ୍ୱୀପ ପାଖାପାଖି ଦେଇ ଅତିକ୍ରମ କରିବ ।
ଏଥିଯୋଗୁଁ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୪୮ ଘଂଟା ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ତେବେ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।








