ଅବିଶ୍ରାନ୍ତ ବର୍ଷାରେ ଓଡ଼ିଶା ବେହାଲ
ବିିଭିନ୍ନ ସ୍ଥାନରେ ଜଳବନ୍ଦୀ
ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇପଡ଼ିଛି ଓଡ଼ିଶା ।
ରାଜ୍ୟର ଅଧିକାଂଶ ଜିଲା ଏବେ ଜଳବନ୍ଦୀ ।
ନଦୀରେ ବନ୍ୟାଜଳ ଓ ଭିତରେ ବର୍ଷା ଜଳରେ ଉବୁଟୁବୁ ହେଉଛନ୍ତି ଲୋକେ ।
ବାଲେଶ୍ୱର ଅବସ୍ଥା ସାଂଘାତିକ ହୋଇସାରିଥିବାବେଳେ ଉଦଳାରେ ଲାଗି ରହିଛି ଲଗାଣ ବର୍ଷା ।
ରାସ୍ତା ଉପରେ ପ୍ରାୟ ୨ରୁ ୩ ଫୁଟର ପାଣି ଚାଲିଛି । ଲୋକେ ଛତା ଧରି ନିଜର ଜରୁରି ଜିନିଷପତ୍ର ସହ ଉଚ୍ଚା ନିରାପଦ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି ।
ଏହି ଲଗାଣ ବର୍ଷା ଯୋଗୁଁ ଉଦଳାର ବାଉଁଶପାଳ ଗାଁର ୩ ଜଣ ଲୋକଙ୍କ ଘରେ ବନ୍ୟା ପାଣି ପଶିସାରିଛି ।
ଏକର ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଥବାବେଳେ ଲୋକେ ଓ ଚାଷୀ ଅସହାୟ ହୋଇପଡ଼ିଛନ୍ତି ।
ତେଣେ ଗଭୀର ଅବପାତ ଯୋଗୁଁ ଗତ ସୋମବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି ।
ଗତ ୨୪ ଘଂଟା ମଧ୍ୟରେ ୨୪୬.୬ ମିମି ବର୍ଷା ରେକର୍ଡ କରାଯାଇଛି ।








