ବିପଦ ସଂକେତ ଟପିଲା ସାଳନ୍ଦୀ
ହଠାତ ପ୍ରବଳ ବର୍ଷା ହୋଇଥିବାରୁ ଫ୍ଲାସ ଫ୍ଲଡ ପରିସ୍ଥିତି ଉପୁଜିଛି
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ପ୍ରମୁଖ ନଦୀରେ ବନ୍ୟା ଆସିଛି ।
ଏପରିସ୍ଥଳେ ସାଳନ୍ଦୀ, ଜଳକା ଓ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି ।
ତେଣେ ବନ୍ୟା ସ୍ଥିତି ପାଇଁ ବର୍ତମାନ ହୀରାକୁଦର ଗେଟ ଦୁଇ ଦିନ ପାଇଁ ଖୋଲଯିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସ୍ପଷ୍ଟ କରିଛି ।
ରାଜ୍ୟରେ ଏଥର ବର୍ଷାରେ ଅନେକ ତାରତମ୍ୟ ଦେଖାଦେଇଛି ।
ଏଯାବତ ସୁବର୍ଣ୍ଣପୁର ଜିଲାରେ ସର୍ବାଧିକ ଓ ଗଜପତିରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
କିଛି ସ୍ଥାନରେ ହଠାତ ପ୍ରବଳ ବର୍ଷା ହୋଇଥିବାରୁ ଫ୍ଲାସ ଫ୍ଲଡ ପରିସ୍ଥିତି ଉପୁଜିଛି ବୋଲି ପାଣିପାଗ ବିଭାଗ କହିଛି ।








