ହୀରାକୁଦର ୧୪ ଗେଟ ଦେଇ ଜଳ ନିଷ୍କାସନ
ସନ୍ଧ୍ୟା ସୁଦ୍ଧା ଖୋଲିବ ୨୨ଟି ଗେଟ୍
ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇଛି ଓଡ଼ିଶା ।
ତେଣେ ପଡ଼ୋଶୀ ଛତିଶଗଡ଼ ମଧ୍ୟ ଏହି ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ଛତିଶଗଡ଼ ଉପରମୁଣ୍ଡରୁ ପାଣି ଛାଡ଼ିବା ଆାରମ୍ଭ କରିଦେଇଛି ।
ଏପରିସ୍ଥଳେ ସମ୍ବଲପୁରସ୍ଥିତ ହୀରାକୁଦ ବନ୍ଧ ୧୪ଟି ଗେଟ୍ ଖୋଲି ଜଳ ନିଷ୍କାସନ ଆରମ୍ଭ କରିଦେଇଛି ।
ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆଉ ୮ଟି ଏଭଳି ମୋଟ୍ ୨୨ ଗେଟ୍ ଖୋଲି ପାଣି ଛାଡ଼ିବ ବୋଲ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୂଚନା ଦେଇଛି ।
ତେବେ ସନ୍ଧ୍ୟା ପୂର୍ବରୁ ସମ୍ବଲପୁରର ଆଖପାଖ ଜିଲାରେ ଥିବା
ତଳିଆ ଅଂଚଳବାସୀଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ସେହିପରି ଓଡ୍ରଫ ଓ ଅଗ୍ନିଶମବାହିନୀର କର୍ମଚାରୀମାନେ ବନ୍ୟାରେ ଫସି ରହିଥିବା ଲୋକ ଓ ଗୃହପାଳିତ ପଶୁଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଛନ୍ତି ।








