ଜାମିନରେ ମୁକୁଳିଲେ ଉଦୟନିଧି
ଶେଷରେ ତାମିଲନାଡ଼ୁର ବିରୋଧୀ ଦଳ ନେତା ତଥା ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ନାଟକର ଯବନିକା ପଡ଼ିଛି ।
ମଙ୍ଗଳବାର ସକାଳେ ଉଦୟନିଧିଙ୍କୁ ପୁଲିସ ଗିରଫ କରିଥିବାବେଳେ ସନ୍ଧ୍ୟାରେ ସେ ମୁକୁଳିଛନ୍ତି । ତାଙ୍କୁ ମାଦ୍ରାସ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।
ତାଞ୍ଜାଭୁରର ସେଙ୍ଗିପଟ୍ଟି ଥାନାରୁ ଉଦୟନିଧି ମୁକୁଳିଛନ୍ତି । ଜାମିନରେ ମୁକୁଳିବା ପରେ ଉଦୟନିଧିଙ୍କୁ ତାଙ୍କ ସମର୍ଥକମାନେ ଭବ୍ୟ ସ୍ୱାଗତ ଜଣାଇଥିଲେ ।
ସୂଚନାଥାଉ କି, ବହୁ ଚର୍ଚିତ ତ୍ରିଶା ମନ୍ତବ୍ୟ ମାମଲାରେ ତାଙ୍କୁ ତାମିଲନାଡ଼ୁ ପୁଲିସ ଗିରଫ କରିଥିଲା ।
ତେବେ ମାଡ୍ରାସ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଜାମିନ ମିଳିଛି ।
ଉଦୟନିଧିଙ୍କୁ ଷ୍ଟେସନ ବେଲରେ ଛାଡ଼ିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।
ସେ ତ୍ରିଶା କୃଷ୍ଣନଙ୍କୁ ନେଇ କଥିତ ବିବାଦୀୟ ମନ୍ତବ୍ୟ ମାମଲାରେ ଗିରଫ ହୋଇଥିଲେ ।
ପୁଲିସ କେବଳ ତାଙ୍କୁ ପଚରା ଉଚୁରା ପାଇଁ ଗିରଫ କରିଥିଲା ।
ତେବେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇବାର କୌଣସି ଉଦେ୍ଦଶ୍ୟ ନାହିଁ ।
ସୂଚନାଥାଉ କି, କାବେରୀ ଜଳ ପ୍ରସଙ୍ଗରେ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ବିବାଦ ବଢ଼ିଥିଲା ।
ତଞ୍ଜାଭରରେ ଡିଏମକେର ଏକ ସଭାରେ ଉଦୟନିଧି ଦେଇଥିବା ମନ୍ତବ୍ୟ ଅଭିନେତ୍ରୀ ତି୍ରଶା କୃଷ୍ଣନଙ୍କ ପ୍ରତି ଅପମାନଜନକ ଥିଲା । ଏନେଇ ମାମଲା ରୁଜୁ ପରେ ଉଦୟନିଧିଙ୍କୁ ବାସଭବନରୁ ପୁଲିସ ଗିରଫ କରିଥିଲା ।








