ତେଜିଲା ରେଭେନ୍ସା ୱାର୍ଡେନ-ବିଧାୟକ କଳି
କିଛି ଦିନର ବ୍ୟବଧାନ ପରେ ରେଭନ୍ସା ବିଶ୍ୱବିଦ୍ୟାଳୟ ପୁଣି ବିବାଦ ମଧ୍ୟକୁ ପଶିଛି ।
ଏବେ ଏହି ବିଶ୍ୱବିଦ୍ୟାଳୟରେ ୱାର୍ଡେନ ଓ ବିଧାୟକଙ୍କ ମଧ୍ୟରେ କଳି ଆରମ୍ଭ ହୋଇଯାଇଛି ।
ବର୍ତମାନ ବିଧାୟକ ପ୍ରକାଶ ସେଠୀ ଏହି ବିବାଦ ସମ୍ପର୍କରେ ବିଧାନସଭାରେ ଉଠାଇବା ସହ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।
ଏଥିରେ ବିଶ୍ୱ ବିଦ୍ୟାଳୟ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ବିଧାୟକ ଶ୍ରୀ ସେଠୀଙ୍କ କହିବାନୁଯାୟୀ, ହଷ୍ଟେଲ ଛାତ୍ର ଧାରଣା ଦେବା ଶୁଣି ରେଭେନ୍ସାକୁ ଯାଇଥିଲି ।
ସିନେଟ ସଦସ୍ୟ ଭାବେ ବିଶ୍ୱବିଦ୍ୟାଳୟକୁ ଯାଇଥିଲି । ଉଭୟ ପକ୍ଷ ବସି ସମସ୍ୟାର ସମାଧାନ କରନ୍ତୁ ବୋଲି ମୁଁ ଚାହୁଁଥିଲି ।
ସେଠାରେ ମୋତେ ଚିଫ୍ ୱାର୍ଡେନ ଦୁର୍ବ୍ୟବହାର କରିଥିବା ବିଧାୟକ ଶ୍ରୀ ସେଠୀ ଚିଠିରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପଟେ ବିଶ୍ୱବିଦ୍ୟାଳୟ ମାମଲାରେ ବିଧାୟକଙ୍କ ହସ୍ତକ୍ଷେପକୁ ବିରୋଧ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୱାର୍ଡେନ ସଂଘ ପକ୍ଷରୁ ପ୍ରତବାଦ କରାଯାଇଛି ।
ସମସ୍ତ ୱାର୍ଡେନ ପଦଯାତ୍ରାରେ ଯାଇ ଭିସିଙ୍କୁ ୪ ଦଫା ସମ୍ମଳିତ ଦାବିପତ୍ର ସଂଘ ଜରିଆରେ ଦେଇଛନ୍ତି ।
ସୂଚନାଥାଉ କି, ଗତ ମଙ୍ଗଳବାର ସମସ୍ତ ୱାର୍ଡେନ ଭିସିଙ୍କୁ ଭେଟି ଇସ୍ତଫା ଦେଇଥିଲେ ।








