ମେଟା ସିଇଓଙ୍କୁ ଅଲ୍ଟିିମେଟମ
ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓକୁ ସାମୟିକ ହଟାଇବା ଘଟଣାରେ ମେଟା ସିଇଓ ଜୁକରବର୍ଗଙ୍କୁ ୩ ଦିନର ଅଲ୍ଟିମେଟମ ଦିଆଯାଇଛି ।
ଏଥିରେ ଜୁକରବର୍ଗଙ୍କୁ ନିଃସର୍ତ କ୍ଷମା ମାଗିବା ସହ ଏଥିପାଇଁ ଦାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି ।
ଏଥିସହ ଫେସବୁକର ସେଫ ହାର୍ବର ସୁରକ୍ଷା ପ୍ରତ୍ୟାହାର କରିବାକୁ ସଂସଦୀୟ କମିଟ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏଭଳି ଘଟଣା ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ସଂସଦୀୟ କମିଟି କହିଛି ।
ଏଥିପାଇଁ ପ୍ଲାଟଫର୍ମର ଅଧିକାରୀ ସିଧାସଳଖ ଅପରାଧିକ ମାମଲାର ସମ୍ମୁଖୀନ ହୋଇପାରନ୍ତି ବୋଲି ସଂସଦୀୟ କମିଟି କହିଛି ।








