ଏମକେସିଜି ପେପର ଲିକ ତନାଘନା
ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମକେସିଜି)ରେ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଏଥିପାଇଁ ଏମକେସିଜିର ୩ ଜଣିଆ ଟିମ ଗଠନ କରାଯାଇଛି ।
ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗଠିତ ଏହି ଟିମ ବୁଧବାର ତଦନ୍ତ ପାଇଁ ଏମକେସିଜିରେ ପହଂଚି ଖୋଳତାଡ଼ ଆରମ୍ଭ କରିଛି ।
ବୁଧବାର ମେଡିକାଲର ସିସିଟିଭି ଫୁଟେଜକୁ ଯାଂଚ କରିଛି ଟିମ ।








