ବୀମା ନଥିଲେ ତେଲ ମନା : ଏସସି
ରାସ୍ତାରେ ଦୁର୍ଘଟଣା ଏଡ଼ାଇବାକୁ ଓ ପଥଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି ।
ଉକ୍ତ ପ୍ରସ୍ତାବ ଅନୁଯାୟୀ ଯେଉଁ ଗାଡ଼ି ଚାଳକମାନଙ୍କ ନିକଟରେ ଗାଡ଼ିର ବୀମା ନଥିବ ସେମାନଙ୍କୁ କୌଣସି ତେଲ ଟାଙ୍କି ତେଲ ଦେବ ନାହିଁ ।
ଏକ ସର୍ଭେ ଅନୁଯାୟୀ, ଦେଶରେ ବର୍ତମାନ ପ୍ରାୟ ୫୬ ପ୍ରତିଶତ ଗାଡ଼ି ବିନା ବୀମାରେ ଚାଲୁଛି ।
ଏହାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଗାଡ଼ିଗୁଡ଼ିକର ଇନ୍ଧନ ସହ ବୀମା ସ୍ଥିତିକୁ ଲିଙ୍କ କରିବା ବ୍ୟବସ୍ଥା ଦରକାର ।
ଏହା ଦ୍ୱାରା ଇନ୍ଧନ ଭରିବାକୁ ଯାଉଥିବା ଗାଡ଼ିଗୁଡ଼ିକର ବୈଧ ବୀମା ସ୍ଥିତି ଜାଣି ହେବ ।
ବିଶେଷ କରି ରାସ୍ତାରେ ବିନା ଇନ୍ସୁ୍ୟରାନ୍ସର ଗାଡ଼ି ଚଳାଚଳ ରୋକିବା ନିମନ୍ତେ ଏହି ପଦକ୍ଷେପ ନେବାକୁ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତା’ହେଲେ ବୀମା ନଥିବା ଗାଡ଼ିଗୁଡ଼ିକୁ କୌଣସି ପମ୍ପରେ ପେଟ୍ରୋଲ ବା ଡିଜେଲ ମିଳିବ ନାହିଁ ।
ଏହାଦ୍ୱାରା ବୀମା କିମ୍ବା ପଞ୍ଜୀକୃତ ହୋଇନଥିବା ଗାଡ଼ିଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ ।








