କୂଅରେ ସମୁଦ୍ରର ଢ଼େଉ !
ଗୁଜରାଟରେ ମିଳିଛି ଏକ ରହସ୍ୟମୟ କୂଅ ।
ଏହି ରହସ୍ୟମୟ କୂଅ ଭିତରେ ଆପେ ଆପେ ପାଣି ହଲଚଲ ହେଉଛି ।
ଖାଲି ସେତିକି ନୁହେଁ କୂଅ ଭିତରେ ସମୁଦ୍ର ଭଳି ଢେଉ ମଧ୍ୟ ଉଠୁଛି ।
ସମୁଦ୍ର ଭଳି ଲହଡ଼ି ମାରୁଛି କୂଅ ପାଣି ।
ହଁ ଆଜ୍ଞା କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁ ଥିଲେ ହେଁ ପୂରା ସତ ।
ଗୁଜରାଟର ମୋରବୀସ୍ଥିତ ଏହି ୧୮ ଫୁଟ ଗଭୀର କୂଅକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଛି ।
ତେବେ ଏହା ଅଲୌକିକ ନା ଭୂ-ବୈଜ୍ଞାନିକ ତାହାର କାରଣ ଜାଣିବା ପାଇଁ ଚାଲିଛି ଖୋଳତାଡ଼ ।
କେଉଁ କାରଣରୁ ପାଣିରେ ତରଙ୍ଗ ଉଠୁଛି ତାହାର ତଦନ୍ତ ବିଶେଷଜ୍ଞମାନେ କରିବେ ।








