ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ
ଏକ ଅଜଣା ଇ-ମେଲରୁ ଦିଲ୍ଲୀ ହାଇକୋର୍ଟକୁ ବୋମା ମାରି ଉଡ଼ାଇ ଦିଆଯିବ ବୋଲି ଧମକ ମିଳିଛି ।
ଖାଲି ଦିଲ୍ଲୀ ହାଇକୋର୍ଟ ନୁହେଁ ଦିଲ୍ଲୀର ବିମାନବନ୍ଦର ସମେତ ୬ଟି ସ୍ଥାନକୁ ବୋମା ମାଡ଼ ହେବ ବୋଲି ଧମକ ମିଳିଛି ।
ଏହାପରେ ଦିଲ୍ଲୀ ହାଇକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ହାଇକୋର୍ଟ ପରିସରରେ ବୋମା ସ୍କ୍ୱାର୍ଡର ତନାଘନା ଜାରି ରହିଛି । ବୋମା ନିଷ୍କି୍ରୟକାରୀ ଦଳ ଓ ଡଗ ସ୍କ୍ୱାର୍ଡ ମଧ୍ୟ ଆକ୍ସନକୁ ଆସିଯାଇଛି ।
ଏଥିସହ ଦିଲ୍ଲୀ ହାଇକୋର୍ଟର ଆଖପାଖ ଅଂଚଳରେ ଥିବା ହୋଟେଲ, ରେଷ୍ଟୁରାଁ, ବଜାର ଓ ସପିଂ ମଲ୍ରେ ମଧ୍ୟ ଯାଂଚକୁ କଡ଼ାକଡ଼ି କରାଯାଇଛି ।







