ବିଜୟରୁ ଭାରତର ଅଭିଯାନ
ହକି ବିଶ୍ୱକପରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି ।
ୱେଲ୍ସ ବିପକ୍ଷରେ ଭାରତ ବିଜୟୀ ହୋଇଛି ।
ଏକ ସଂଘର୍ଷପୂଣ୍ଣ ମ୍ୟାଚରେ ଭାରତୀୟ ହକି ଦଳ ହରମନପ୍ରୀତଙ୍କ ଡବଲ ଗୋଲ ବଳରେ ୩-୧ରେ ବିଜୟ ହାସଲ କରିଛି ।
ମ୍ୟାଚର ୮ମ ମିନିଟରେ ଭାରତୀୟ ଦଳର ଫରୱାର୍ଡ ଖେଳାଳି ସଞ୍ଜୟ ପ୍ରଥମ ଗୋଲ କରି ଭାରତକୁ ୧-୦ରେ ଆଗୁଆ କରାଇଥିଲେ ।
ପରେ ୧୧ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂହ ଗୋଟିଏ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ । ମ୍ୟାଚର ୱେଲ୍ସ ପକ୍ଷରୁ ସାମ ୱେଲ୍ସ ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ତରକୁ ଆଣିଥିଲେ ।
ତେବେ ଭାରତୀୟ ଦଳ ପରସ୍ପର ମଧ୍ୟରେ ଉତମ ସମନ୍ୱୟ ଓ ବୁଝାମଣା ରକ୍ଷା କରି ପ୍ରତିପକ୍ଷ ୱେଲ୍ସର ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ ଜାରି ରଖିଥିଲା ।
୪୩ ତମ ମିନିଟରେ ହରମନପ୍ରୀତ ୨ୟ ଗୋଲ ଦେଇ ମ୍ୟାଚକୁ ୩-୧ କରାଇଥିଲେ ।
ପ୍ରତିପକ୍ଷ ୱେଲ୍ସ ବହୁ ଚେଷ୍ଟା କରି ସୁଦ୍ଧା ଆଉ ଗୋଲ ଦେଇପାରିନଥିଲା ।
ଫଳରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାବେଳେ ଆସନ୍ତା ୧୭ ତାରିଖରେ ଇଂଲଣ୍ଡକୁ ଭେଟିବ ।








